ଓଡିଶା

ସେପ୍ଟେମ୍ବର ୨୨ରେ ହେବ ବାଚସ୍ପତି ନିର୍ବାଚନ

(ଭୁବନେଶ୍ୱର) :  ୨୨  ସେପ୍ଟେମ୍ବରରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯.୩୦  ମିନିଟରେ ହେବ ବାଚସ୍ପତି ନିର୍ବାଚନ । ଏହା ପରେ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ୨୧ରେ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ନୂଆଖାଇ ପର୍ବ ଥିବାକୁ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ପ୍ରଥମେ ଘୋଷଣା କରିଥିଲା କଂଗ୍ରେସ । ଏହା ପରେ ବର୍ତ୍ତମାନ ୨୨ ତାରିଖରେ ନିର୍ବାଚନ ହେବା ନେଇ ସୂଚନା ଆସିଛି ।ସେହିଦିନ କଂଗ୍ରେସର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତି କରିବ କଂଗ୍ରେସ ।

Related posts

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews

ସମୁଦ୍ର କୂଳରେ ମଲା ଜେଲି ଫିସ, ଲୋକ ଆତଙ୍କିତ

mahabharatanews

୭ ମାସ ସମୁଦ୍ରରୁ ମାଛ ଧରିବା ମନା

mahabharatanews