ଭାରତ

କମିଲା ଫିଲ୍ମ ‘ଯବାନ’କ୍ରେଜ୍

(ମୁମ୍ବାଇ) : ଭଲ ଆୟ କରୁନି ଗତ ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଜଲବା ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଥିଲା। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ହେଲେ ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ନହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନାନୁଯାୟୀ , କାରଣ ଦିନକୁ ଦିନ ‘ଯବାନ’ର କ୍ରେଜ୍ କମ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମ ସପ୍ତାହରେ ‘ଯବାନ’ ଭଲ ଆୟ କରିଥିବା ବେଳେ ଦ୍ବିତୀୟ ସପ୍ତାହ ଆରମ୍ଭ ହେବା ପରେ ଫିଲ୍ମର ବକ୍ସ ଅଫିସ ଆୟ କମ ହେବାରେ ଲାଗିଛି। ବୁଧବାର ଫିଲ୍ମଟି ମାତ୍ର ୨୩.୦୨କୋଟି ଆୟ କରିଥିବା ବେଳେ ଗୁରୁବାର ଏହା ଆହୁରି କମ ଆୟ କରିଥିବା ଜଣାପଡିଛି ।

Related posts

 ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ତାଇୱାନ ରାଷ୍ଟ୍ରପତି 

mahabharatanews

ଭାଙ୍ଗିଲା ୭୦ ବର୍ଷୀୟ ବୃଦ୍ଧାଙ୍କ ବିବାହ ସ୍ୱପ: ହନିଟ୍ରାପରେ ହରାଇଲେ ୧ କୋଟି ୮୦ଲକ୍ଷ

mahabharatanews

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews