ଓଡିଶା

ଶିକ୍ଷକ ଆନ୍ଦୋଳନ; ୨୩ରେ ସରକାରଙ୍କ ସହ ଆଲୋଚନା

(ଭୁବନେଶ୍ୱର) :  ଗତ କିଛି ଦିନ ହେବ ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଥିଲେ । ଏହା ପରେ ବର୍ତ୍ତମାନ ସେମାନଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି । ଆସନ୍ତା ୨୩  ତାରିଖ ସନ୍ଧ୍ୟା ୫ଟା ରେ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହେବ ।

ସୂଚନାନୁଯାୟୀ,  ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ । ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି । ଏନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ ।  ଶିକ୍ଷକଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ନେବା ସହ ସେଥିପାଇଁ ସମୟ ନେଇଛନ୍ତି । ଏହି ସମୟ ମଧ୍ୟରେ ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ ।

Related posts

ଲ୍ୟାମ୍ପ ନିଆଁରେ ଛାତ୍ରୀଙ୍କ ମୃତ୍ୟୁ

mahabharatanews

ଆଗାମୀ ୩ଦିନ କୁହୁଡ଼ି

mahabharatanews

ଲୋକସେବା ଭବନରେ ଜଣେ ସଂକ୍ରମିତଙ୍କ ଦ୍ୱାରା ୧୦ଆକ୍ରାନ୍ତ

mahabharatanews