ଓଡିଶା

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ

(ଭୁବନେଶ୍ୱର) : ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ଏହା ପରେ ୨୨ ତାରିଖ ସକାଳ ୯.୩୦ରେ ହେବ ବାଚସ୍ପତି ନିର୍ବାଚନ ।

ସୂଚନାନୁଯାୟୀ,  ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ ୨୨ତାରିଖ ସକାଳ 9.30 ମିନିଟରେ ବାଚସ୍ପତି ନିର୍ବାଚନ ହେବ । ଏହା ସହଗ ବାଚସ୍ପତି ଦୌଡ଼ରେ ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ଥିଲେ ।

Related posts

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews