ଓଡିଶା

ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

(ଭୁବନେଶ୍ୱର) :  ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ । ତେବେ ଏହି ସମୟର ବିଜେଡିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ ପ୍ରମିଳା ମଲ୍ଲିକ । ତେବେ ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଏହା ସମଗ୍ର ରାଜ୍ଯ ଏହା ଖୁସିର ବିଷୟ ବୋଲି ବିଜେଡି ନେତାମାନେ କହିଥିଲେ ।

ସୂଚନାନୁଯାୟୀ,  ପାର୍ଥିପତ୍ର ଦାଖଲ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ପ୍ରମିଳା । ତେବେ ପ୍ରଥମେ ମନ୍ତ୍ରୀ ପୂର୍ବରୁ ଇସ୍ତଫା ଦେବା ପରେ ସେ ନାମାଙ୍କନ ଭାରିଥିଲେ । ୨୨ ତାରିଖରେ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ।

Related posts

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଧାରଣା

mahabharatanews

ପଦ୍ମଶ୍ରୀ ପ୍ରକାଶ ରାଓ ଆଉ ନାହାନ୍ତି

mahabharatanews

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ

mahabharatanews