ଭାରତ

ଦିଲ୍ଲୀ ରାଜ ରାସ୍ତାରେ ଗଡିବ ୧୦ ହଜାର ଇ-ବସ୍

(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ କରିବାକୁ ରାଜଧାନୀର ରାସ୍ତାରେ ଅଧିକରୁ ଅଧିକ ବୈଦ୍ୟୁତିକ ବସ୍ ଚଳାଇବାକୁ ଯୋଜନା ରହିଛି।ଶୁଣିବାକୁ ମିଳୁଛି ଦିଲ୍ଲୀ ସରକାର ପିଏମ ଇ-ବସ୍ ସେବା ଯୋଜନାରେ ୧୦ ହଜାର ଇ-ବସ୍ କିଣିବେ l ଯାହାକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିବ l

ସୂଚନାନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ଖୁବ ଶୀଘ୍ର ଆମେରିକାରେ ନିର୍ମିତ ୧୦ ହଜାର ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଦିଲ୍ଲୀ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିବ l ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି ଦିଲ୍ଲୀ ରାସ୍ତାରେ ବୈଦ୍ୟୁତିକ ବସ୍ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି ଯେ ଆମେ ଜାଣୁ ଯେ ବୈଦ୍ୟୁତିକ ବସ୍ ବିଶ୍ୱକୁ ପରିବର୍ତ୍ତନ କରିପାରିବ। ଇଲେକ୍ଟ୍ରିକ୍ ବସ୍ ଶବ୍ଦହୀନ, ପରିଷ୍କାର ଏବଂ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରିବାରେ ଆମର ପ୍ରୟାସରେ ସାହାଯ୍ୟ କରିବ l

Related posts

ସୁସ୍ଥ ଅଛନ୍ତି  ୪୧ ଶ୍ରମିକ 

mahabharatanews

କେରଳରେ ୨୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

mahabharatanews