ଓଡିଶା

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

(କଟକ) : ହୁ ହୁ ହୋଇ ଜଳିଗଲା ଲୁଗା ଦୋକାନ । କଟକ ଚୌଧୁରୀ ବଜାରରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି । ଫଳରେ ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି । ଘଟଣା ସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ସୂଚନାନୁଯାୟୀ , ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ ।

Related posts

ଉଦଳା ହସ୍ପିଟାଲରେରେ ବିଶ୍ୱ ସେବିକା ଦିବସ

mahabharatanews

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଧାରଣା

mahabharatanews

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

mahabharatanews