ମନୋରଞ୍ଜନ

ପ୍ରେମକୁ ନେଇ ମୁହଁ ଖୋଲିଲେ ସବା 

(ମୁମ୍ବାଇ) : ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା କାହାକୁ ଅଛପା ନାହିଁ । ଉଭୟ ଡିନର ବା ଲଞ୍ଚ ଡେଟରେ ତ କେବେ ବିଦେଶରେ ଛୁଟି କଟାଉଥିବାର ନଜର ଆସିଥାନ୍ତି ରିତିକ୍-ସବା। ଏହାରି ମଧ୍ୟରେ ତେବେ ରିତିକଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି, ତାହା ଜଣାଇଛନ୍ତି ସବା।

ଏକ ସାକ୍ଷାତକାରରେ ସବା କହିଛନ୍ତି, “ମୁଁ ସବୁବେଳେ ଘରେ ରହିବାକୁ ପସନ୍ଦ କରେ। ମୁଁ କ୍ୱଚିତ୍ ବାହାରକୁ ଯାଏ। ତେଣୁ ଏହା ମୋ ପାଇଁ ଏକ ଭୟାନକ ଅନୁଭୂତି ଥିଲା, ମୁଁ ମିଛ କହିବି ନାହିଁ। ରିତିକଙ୍କୁ ଡେଟ୍ କରିବା ପ‌ରେ ପରେ ମୁଁ ଲାଇମଲାଇଟକୁ ଆସିଥିଲି। ଲୋକେ ମୋତେ ଟ୍ରୋଲ କରିବା ଆରମ୍ଭ କରିଥିଲେ। କିଛି ଲୋକଙ୍କର ମୁଁ ଘୃଣାର ପାତ୍ର ହୋଇଥିଲି। ପ୍ରଥମେ ପ୍ରଥମେ ଏସବୁ ମୋତେ ଖରାପ ଲାଗୁଥିଲା। ହେଲେ ସମୟ ସହ ମୁଁ ଏସବୁକୁ ବୁଝି ଆଗକୁ ବଢ଼ିଛି।”

Related posts

କ୍ରିକେଟ୍ ଦଳ କିଣିଲେ ଖିଲାଡି କୁମାର

mahabharatanews

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

mahabharatanews

ଆଉ ନାହାନ୍ତି ଅଭିନେତା ହରିଶ ମେଗନ

mahabharatanews