ଭାରତ

ଘଣ୍ଟାକ ମଧ୍ୟରେ ନେପାଳରେ ୪ ଥର ଭୂକମ୍ପ

(ଦିଲ୍ଲୀ)  : ଉତ୍ତର ଭାରତ ଭୂକମ୍ପରେ ଥରି ଉଠିଛି। ଦିଲ୍ଲୀ ଏବଂ ଆଖାପାଖ ଅଞ୍ଚଳ ତଥା ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଅରୁଣାଚଳପ୍ରଦେଶରେ ଆଜି ଭୂକମ୍ପର ଶକ୍ତ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ। ପ୍ରଥ‌ମେ ନେପାଳରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଉତ୍ତର ଭାରତରେ ଏହାର ଝଟ୍‌କା ଅନୁଭୂତ ହୋଇଥିଲା। ନେପାଳରେ ମାତ୍ର ଘଣ୍ଟାକ ମଧ୍ୟରେ ୪ ଥର ଭୂକମ୍ପ ହୋଇଛି।

ସୂଚନାନୁଯାୟୀ , ଗତକାଲି ଅପରାହ୍ନ ୨.୨୫ ସମୟରେ ନେପାଳରେ ପ୍ରଥମେ ଭୂକମ୍ପ ହୋଇଥିଲା। ମାତ୍ର ୨୫ ମିନିଟ୍‌ ମଧ୍ୟରେ ନେପାଳରେ ୪.୬ ଏବଂ ୬.୨ ତୀବ୍ରତାର ୨ଟି ଭୂକମ୍ପ ହୋଇଥିଲା। ଏହାର ୧୫ ମିନିଟ୍‌ ପରେ ୩.୮ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ଏହାର ୧୩ ମିନିଟ୍‌ ପରେ ୩.୧୯ ତୀବ୍ରତାର ଏକ ଭୂକମ୍ପ ହେଇଥିଲା। ସେହିପରି ଅରୁଣାଚଳ ପ୍ରଦେଶରେ ଆଜି ୫.୨ ତୀବ୍ରତାର ଭୂକମ୍ପ ହୋଇଛି ଏବଂ ଉତ୍ତରପ୍ରଦେଶରେ ଏହାର କିଛି ସମୟ ପରେ ୩.୩ ତୀବ୍ରତାର ଭୂକମ୍ପ ହୋଇଛି।

Related posts

ଚର୍ଚାରେ ରୁଷୀୟ ଗୁପ୍ତଚର ତିମି

mahabharatanews

ଅଚାନକ ଭୁଶୁଡି ପଡିଲା ପୋଲ 

mahabharatanews

ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଲେ ଗାଁର ସରପଞ୍ଚ

mahabharatanews