ଭାରତ

ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ

(ଦିଲ୍ଲୀ) : ଆମ୍ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ଆଜି ସକାଳେ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଛନ୍ତି । ଇଡି ଅଧିକାରୀମାନେ ସଞ୍ଜୟଙ୍କୁ କରୁଛନ୍ତି ପଚରାଉଚରା । ସାଂସଦଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନାନୁଯାୟୀ , ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାସଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲେ ଯେଉଁଥିରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଗତଥର ଯେତେବେଳେ ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ଏହାପୂର୍ବରୁ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଏହି ମାମଲାରେ ସରକାରୀ ସାକ୍ଷୀ ହେବାକୁ ଅନୁମତି ଦେଇଥିଲେ ।

Related posts

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

mahabharatanews

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

mahabharatanews