ମନୋରଞ୍ଜନ

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦେଶକ ଅଶୋକ ଶର୍ମା

(ଭୁବନେଶ୍ୱର) : ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସଂପାଦକ(ଏଡିଟର୍) ତଥା ନିର୍ଦେଶକ ଅଶୋକ ଶର୍ମା । ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ସୂଚନାନୁଯାୟୀ,  ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ତାଙ୍କ ସଂପାଦିତ କେତେକ ପ୍ରମୁଖ ସିନେମା ହେଲା ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ୍, ବାପା, ମା ଗୋଜବାୟାଣୀ, ମାତୃଶକ୍ତି, ମା ମଙ୍ଗଳା, ସତ ମିଛ, ତୁ ମୋ ଆଖିର ତାରା, ଭାଗ୍ୟଚକ୍ର, ତତେ ମୋ ରାଣ, ବାହୁଡ଼ିବେ ମୋ ଜଗାବଳିଆ, ସତ୍ୟମେବ ଜୟତେ, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଆଦି। ଅଶୋକ ଶର୍ମା ‘ପ୍ରତିଶୋଧ ଅପରାଧ ନୁହେଁ’ ଓ ‘ମମତାର ମନ୍ଦିର’ ଶୀର୍ଷକରେ ଦୁଇଟି ଓଡ଼ିଆ ଛବିର ନିର୍ଦେଶନା ଦେଇଥିଲେ।

Related posts

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

mahabharatanews

ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ କଲା କୋଲକତା ଓ କଟକ ପୋଲିସ

mahabharatanews

ସଲିମ ଖାନ ହସ୍ପିଟାଲରେ ଭର୍ତ୍ତି: ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି

mahabharatanews