ଭାରତ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ 

(ଦିଲ୍ଲୀ) : ଭୂକମ୍ପରେ ଥରିଲା  ଆଫଗାନିସ୍ତାନ । ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୮ ଜଣ ଆହତ ହୋଇଛନ୍ତି।

 ସୂଚନାନୁଯାୟୀ , ଶନିବାର (ଅକ୍ଟୋବର ୭) ଅଧ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତୃତୀୟ ତଥା ସଦ୍ୟତମ ଭୂମିକମ୍ପ ଅପରାହ୍ଣ ୧୨ଟା ୪୨ମିନିଟରେ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିଲା। ଅପରାହ୍ଣ ୧୨ଟା ୧୯ମିନିଟରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୫.୬ ଥିଲା ଏବଂ ଏହା ପୂର୍ବରୁ ପ୍ରଥମ ଭୂମିକମ୍ପ ଅପରାହ୍ଣ ୧୨ଟା ୧୧ରେ ହୋଇଥିଲା, ଯାହାର ତୀବ୍ରତା ୬.୧ ଥିଲା।

Related posts

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews

ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews