ମନୋରଞ୍ଜନ

 ‘ଅଶ୍ଳୀଳତାର ସୀମା ପାର୍’ ବୋଲି ଟ୍ରୋଲ ହେଲେ ପ୍ରିୟଙ୍କାଙ୍କ ମା’

(ମୁମ୍ବାଇ):  ‘ଅଶ୍ଳୀଳତାର ସୀମା ପାର୍’ ବୋଲି ଟ୍ରୋଲ ହେଲେ  ପ୍ରିୟଙ୍କାଙ୍କ ମା’। ନିଜ ପୋଷାକ ପାଇଁ ଟ୍ରୋଲ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା। ଅନେକ ସମୟରେ ନିଜ ଝିଅ ପାଇଁ ଚର୍ଚ୍ଚାରେ ରହୁଥିବା ମଧୁ ଚୋପ୍ରା ଏବେ ନିଜର ଅତି ପତଳା ପୋଷାକକୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ କଳା ରଙ୍ଗର ଟପ୍ସ ଓ ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ଏ ବୟସରେ ଏଭଳି ପୋଷାକ ପିନ୍ଧିବାରୁ ତାଙ୍କୁ ‌ଲୋକେ ଟ୍ରୋଲ କରୁଛନ୍ତି ।

ଭିଡିଓନୁଯାୟୀ , ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଜଣେ ମହିଳାଙ୍କ ସହ କଥା ହେଉଛନ୍ତି। ଏହା ପରେ ‌ସେ ସାମ୍ନାରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ପାଇଁ ପୋଜ୍ ଦେବା ସହ କାରରେ ବସି ଚାଲିଯାଉଛନ୍ତି। ତେବେ ସେ ପିନ୍ଧିଥିବା ପୋଷାକ ହେତୁ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

Related posts

ନିଜକୁ ସୀତା ମାତା କହି ଟ୍ରୋଲ ହେଲେ କ୍ରିତି

mahabharatanews

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews

ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନୂଆ ସୋ

mahabharatanews