ମନୋରଞ୍ଜନ

ଇସ୍ରାଏଲରୁ ଫେରି ଭାବପ୍ରବଣ ଭିଡିଓ ସେୟାର କଲେ ଅଭିନେତ୍ରୀ ନୁଶରତ

(ମୁମ୍ବାଇ) :  ଇସ୍ରାଏଲରେ ହମାସ ଆକ୍ରମଣ ପରେ ଚର୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ନୁଶରତ ଭାରୁଚା ।  କାରଣ ହମାସ ଆତଙ୍କବାଦୀ ଆକ୍ରମଣ ସମୟରେ ଅଭିନେତ୍ରୀ ଇସ୍ରାଏଲରେ ହିଁ ଥିଲେ । ସେ ୮ ଅକ୍ଟୋବରରେ ସୁରକ୍ଷିତ ନିଜ ଦେଶ ଭାରତକୁ ଫେରିଥିଲେ। ତେବେ ସେ ଇମୋସନାଲ ହୋଇପଡିଥିଲେ ଇସ୍ରାଏଲ ସ୍ଥିତି ଦେଖି । କେବଳ ସେତିକି ନୁହେଁ ସେ ଭୟବିତ ହୋଇପଡିଥିଲେ । ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ନିଜ ସେଠିକାର ନିଜ କାହାଣୀ ବର୍ଣ୍ଣନା କରିଛନ୍ତି ।

ସୂଚନାନୁଯାୟୀ , ସେ କହିଛନ୍ତି ତେଲ ଅଭିବରେ ବୋମା ବିସ୍ଫୋରଣ ଏବଂ ସାଇରନ ଶବ୍ଦ ଶୁଣିବା ପରେ ସେ ଅତ୍ୟନ୍ତ ବିବ୍ରତ ହୋଇପଡିଥିଲେ । ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ହୋଟେଲର ତଳ ମହଲାରେ ଲୁଚିବା ପାଇଁ ପଡିଥିଲା । ସେ ଆହୁରି କହିଛନ୍ତି ଯେ, ଭାରତକୁ ଫେରିବା ପରେ ସେ ହୃଦୟଙ୍ଗମ କରି ପାରିଛନ୍ତି ଯେ, ଆମ ଦେଶ ଅର୍ଥାତ୍ ଭାରତ କେତେ ସୁରକ୍ଷିତ ଏବଂ ଆମେ ଏଠାରେ ଶାନ୍ତିରେ ବସବାସ କରୁଛୁ।

Related posts

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

mahabharatanews

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ଫିଲ୍ମ ‘ଆଦିପୁରୁଷ’ ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

mahabharatanews