ଓଡିଶା

‘ଅକ୍ଟୋବର ହିଟ୍‌’ ଅନୁଭୂତ,୨୦ ପରେ ଥଣ୍ଡା ପରିବେଶ

(ଭୁବନେଶ୍ୱର) : ରାଜ୍ୟରୁ ମୌସୁମୀ ଏଯାଏ ବିରତି ନେଇନାହିଁ। ସେପଟେ ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ, ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ତେବେ ରାଜ୍ୟକୁ ଉତ୍ତର ଓ ପୂର୍ବ ଦିଗରୁ ପବନ ନ ବହି ପଶ୍ଚିମା ପବନ ବହିବା, ଅକ୍ଟୋବରରେ ବର୍ଷା ହେବା ଓ ଆକାଶ ମେଘମୁକ୍ତ ରହିବା ରାଜ୍ୟର ତାତି ବଢ଼ିବାର କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ ଭାଷାରେ ଏହା ହେଉଛି ‘‌ଅକ୍ଟୋବର ହିଟ୍‌’।

ସୂଚନାନୁଯାୟୀ , ସାଧାରଣତଃ ଜଳବାୟୁ ପରିବର୍ତ୍ତନ ଯୋଗୁଁ ‘ଅକ୍ଟୋବର ହିଟ୍‌’ ଅନୁଭୂତ ହୁଏ ବୋଲି ଜଣାପଡ଼ିଛି। ଏଥିସହ ଆସନ୍ତା ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଉତ୍ତର-ପୂର୍ବ ବାୟୁ ବହିବା ସମ୍ଭାବନା ନାହିଁ। ଫଳରେ ଏହି ତାତି ୨୦ ଯାଏ ଜାରି ରହିବ। ୨୦ ପରେ ରାଜ୍ୟର ପରିବେଶ ଥଣ୍ଡା ରହିବ ବୋଲି ଆକଳନ କରାଯାଉଛି। ଅ‌ନ୍ୟପଟେ ଆସନ୍ତା ୨ ଦିନ ଭିତରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ରହିଛି। ଫଳରେ ମୌସୁମୀ ଫେରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି।

Related posts

ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ

mahabharatanews

 ଟ୍ରଲିରେ ବୁହା ହେଲା ମୃତ ଶରୀର

mahabharatanews

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

mahabharatanews