ମନୋରଞ୍ଜନ

ମୋଦୀ ଷ୍ଟାଡିୟମରେ ଅନୁଷ୍କା ଶର୍ମା

(ଅହମଦାବାଦ) : ଶୁକ୍ରବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପ-୨୦୨୩ର ବ୍ଲକବଷ୍ଟର ଇଣ୍ଡିଆ ବନାମ ପାକିସ୍ତାନ ମୁକାବିଲା ପୂର୍ବରୁ କ୍ରିକେଟର୍‌ ସ୍ବାମୀ ବିରାଟ‌ କୋହଲିଙ୍କୁ ସମର୍ଥନ ଦେବାକୁ ସେଠାରେ ଯାଇ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଥିରେ ଅନୁଷ୍କା ଶର୍ମା ଚାଲିଥିବା ବିଶ୍ୱକପରେ ତାଙ୍କ ସ୍ୱାମୀ ତଥା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସମର୍ଥନ କରିବେ।

ସୂଚନାନୁଯାୟୀ ,ବିରାଟ କୋହଲି ତାଙ୍କ ଇନଷ୍ଟା ଷ୍ଟୋରୀରେ ନିଜ ପ୍ରଶଂସକଙ୍କୁ ଏକ ଅନୁରୋଧ କରିଥିଲେ। ସେ ଲେଖିଥିଲେ, ‘‘ଯେହେତୁ ଆମେ ବିଶ୍ୱକପ୍‌ର ନିକଟତର ହେଉଛୁ, ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ନମ୍ର ଭାବରେ କହିବାକୁ ଚାହେଁ ଯେ ସମଗ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମୋତେ ଟିକେଟ ମାଗିବେ ନାହିଁ। ଦୟାକରି ଆପଣ ଘରୁ ଉପଭୋଗ କରନ୍ତୁ।’’ ଏହାର ଜବାବରେ ଅନୁଷ୍କା ଲେଖିଥିଲେ, ‘‘ମୁଁ ଏଥିରେ ଆଉ ଏକ ଜିନିଷ ଯୋଡିବାକୁ ଚାହିଁବି। ଯଦି ଆପଣଙ୍କ ମେସେଜର କୌଣସି ପ୍ରତିକ୍ରିୟା ମିଳିବ ନାହିଁ, ଦୟାକରି ମୋତେ ସାହାଯ୍ୟ ପାଇଁ ଅନୁରୋଧ କରିବେ ନାହିଁ। ବୁଝିବା ପାଇଁ ଧନ୍ୟବାଦ।’’

Related posts

ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହକୁ ନେଇ ଟଲିଉଡରେ ଚର୍ଚ୍ଚା !

mahabharatanews

ମୁକ୍ତିଲାଭ କଲା  ‘The Vaccine War’

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews