ଓଡିଶା

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ 

(ପୁରୀ) : ଆରପାରିରେ ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେବ ତାଙ୍କର ଦେହ ଅସୁସ୍ଥ ରହିଥିବା ବେଳେ ସେ ମାତ୍ର ୭୩ ବର୍ଷ ବୟସରେ ଆଖି ବୁଜିଛନ୍ତି  ।

ସୂଚନାନୁଯାୟୀ ,  ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ। କିନ୍ତୁ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଯୁଧିଷ୍ଠିର। ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। କିନ୍ତୁ ସେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନ କରିବାର ନିଷ୍ପତ୍ତି ନେଇ କଂଗ୍ରେସ ଟିକେଟ ଫେରାଇ ଦେଇଥିଲେ।  ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

Related posts

ବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ 

mahabharatanews

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

mahabharatanews

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews