ଓଡିଶା

୫୦୦୦ ଲେମ୍ବୁରେ ମା’ଙ୍କୁ ସ୍ୱାଗତ,ବାଲୁକାକଳାରେ ବିଶ୍ୱକପ ପାଇଁ ପ୍ରାର୍ଥନା 

(ପୁରୀ) : ବସୁଧାକୁ ଓଲ୍ଲାଇବେ ଜଗତ୍ଜନନୀ  ମା’ ଦୁର୍ଗା  । ଏଥିନିମନ୍ତେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା’ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇଥିବା ବେଳେ ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ । ଭାରତ ତିନୋଟି ମ୍ୟାଚ୍ ଜିତି ଏବେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ତେଣୁ ଟିମ ଭାରତକୁ ବିଶ୍ୱକପ ପାଇଁ ଆଶୀର୍ବାଦ ଦେବାକୁ ମାଆଙ୍କୁ ଏହି ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ସୂଚାନନୁଯାୟୀ ,  ଏହି ବାଲୁକାକଳାରେ ଟିମ ଭାରତ କ୍ୟାପଟେନ ରୋହିତ ଶର୍ମାଙ୍କୁ ମାଆଙ୍କ ଚରଣଆଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖାଯାଇଛି । ସୁଦର୍ଶନ କହିଛନ୍ତି ପ୍ରଥମ ଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି । ତେବେ ଅତି ଆକର୍ଷଣୀୟ ଏହି ବାଲୁକାକଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

Related posts

ମଠକରଗୋଳା କଲେଜର ବାର୍ଷିକ ଉତ୍ସବ

mahabharatanews

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

mahabharatanews

୧୧୭ କ୍ଵିଣ୍ଟାଲ ମହୁଲ ଜବତ 

mahabharatanews