ଓଡିଶା

ଚିଲିକାରେ କମିବ ପ୍ରଦୂଷଣ; ଏଣିକି ସୌରଚାଳିତ ବୋଟକୁ ପ୍ରାଧାନ୍ୟ  

(ଚିଲିକା) : ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍‌ ଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ସଂପର୍କରେ ଶୁକ୍ରବାର ଓରେଡା ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ।  ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁଁ ଚିଲିକା ପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟ ସ୍ଥଳ ହୋଇପାରିଛି ।

ସୂଚନାନୁଯାୟୀ ,  ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ । ଚିଲିକା ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି ।  ସ୍ଥାନୀୟ ବୋଟ୍ ଚିଲିକାକୁ ଯାତାୟତର ପ୍ରମୁଖ ମାଧ୍ୟମ ଅଟନ୍ତି । କିନ୍ତୁ ଦେଖାଯାଇଛି ଯେ, ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର-ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଚାଲାଣ ବେଳେ ୪୮ ଦାଦନ ଉଦ୍ଧାର

mahabharatanews

ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିଛି

mahabharatanews

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

mahabharatanews