ଓଡିଶା

୨୦ରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

(ଭୁବନେଶ୍ୱର) : ରାଜଧାନୀରେ ମିଳିବନି କଞ୍ଚା ପରିବା । ଆଜ୍ଞା ହଁ ଆସନ୍ତା ୨୦ ତାରିଖରୁ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମିଳିବନି କଞ୍ଚା ପରିବା । ଏ ନେଇ ଚେତାବନୀ ଦେଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ । ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ସଂଘ ।

ସୂଚନାନୁଯାୟୀ , ୟୁନିଟ୍ ୧ ହାଟ ମଧ୍ୟକୁ ଲମ୍ବିଥିବା ସମସ୍ତ ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ସଂଘ । ଏହା ସହ ଆହୁରି ୧୦ଦଫା ଦାବୀକୁ ନେଇ ମଧ୍ୟ ଆନ୍ଦୋଳନ କରିବ ସଂଘ । ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର,ପ୍ଲାଷ୍ଟିକ ବଜାର ଲାଗିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ବିଜେଡିର ବଡ ପ୍ରସ୍ତୁତି

mahabharatanews

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

mahabharatanews

 ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା  

mahabharatanews