ବିଶ୍ୱ

ଇସ୍ରାଏଲର ବୋମାମାଡ଼; ହସ୍ପିଟାଲରେ ଦବି ରହିଛି ଶତାଧିକ ଲୋକଙ୍କ ଶବ 

(ଗାଜା) : ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ଗତକାଲି ସନ୍ଧ୍ୟାରେ ଇସ୍ରାଏଲ ବୋମାମାଡ଼ କରିଛି। ଫଳରେ ଏହି ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବୋମାମାଡ଼ରେ ହସ୍ପିଟାଲ ଛାରଖାର ହୋଇଯାଇଛି ଏବଂ ଧ୍ବଂସାବଶେଷ ତଳେ ଆହୁରି ଶତାଧିକ ଲୋକଙ୍କ ଶବ ରହିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିବା ପ୍ରାୟ ୨ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିବା ସମୟରେ ଆକ୍ରମଣ ହୋଇଛି।

ସୂଚନାନୁଯାୟୀ, ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ଏହା ଇସ୍ରାଏଲ ବାୟୁସେନାର ଆକ୍ରମଣ ଥିଲା ବୋଲି ହମାସ୍‌ ଦାବି କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଅସରଫ୍‌ ଅଲ୍‌ କ୍ବାଦ୍ରା କହିଛନ୍ତି ଯେ ଆକ୍ରମଣର ୨ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି।

Related posts

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

mahabharatanews

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews