ଭାରତ

କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ 

(ଦିଲ୍ଲୀ) : ୫ରାଜ୍ୟରେ ବିଧାନସଭା ତାରିଖ ଘୋଷଣା ହୋଇସାରିବା ପରେ ରାଜନୈତିକ ମାହୋଲ ଗରମା ଗରମ ହୋଇଛି । ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପ୍ରାର୍ଥୀଙ୍କ ନାମ ଫାଇନାଲ କରିବା ପାଇଁ ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଖଡଗେଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେଉଛି ।

ସୂଚନାନୁଯାୟୀ , ତେବେ ତିନୋଟି ରାଜ୍ୟର ବରିଷ୍ଠ ନେତାମାନେ ଏହି ସଭାରେ ଯୋଗ ଦେବା ପାଇଁ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନପ ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧି ଏବଂ ଦଳ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଳିତ ମାସ ୧୩ ତାରିଖରେ ଦଳ ପକ୍ଷରୁ ଏକ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

Related posts

ଚନ୍ଦ୍ରଠାରୁ ଦୂରତା ଆଉ ମାତ୍ର ୨୫ କିଲୋମିଟର 

mahabharatanews

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

mahabharatanews

ଆଉ ନାହିଁ ‘ଚାଣକ୍ୟ’

mahabharatanews