ଓଡିଶା

ପ୍ରତିଶୃତି ପରେ କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ

(ଭୁବନେଶ୍ୱର) : କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ମିଳିଛି । ରାସ୍ତା ଜାମ୍ ଯୋଗୁଁ ୧ ନଂ ହାଟ ଭିତରକୁ ପରିବା ଟ୍ରକ ଆସି ପାରୁନଥିଲା । ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା ସଂଘ । ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଥିଲା ସଂଘ । ୟୁନିଟ୍ ୧ ହାଟ ମଧ୍ୟକୁ ଲମ୍ବିଥିବା ସମସ୍ତ ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦେଇଥିଲା ଚେତାବନୀ ।

ସୂଚନାନୁଯାୟୀ , ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର,ପ୍ଲାଷ୍ଟିକ ବଜାର ଲାଗିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।  ଯଦି ସରକାର ଆଲୋଚନା କରି ସମସ୍ୟାର ସମାଧାନ ନକରନ୍ତି ଅନିର୍ଦ୍ଧଷ୍ଟକାଳ ପର୍ଯ୍ୟନ୍ତ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲା ।

Related posts

ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା

mahabharatanews

ବନ୍ୟା ଜଳରେ ବୁଡିଲା ଶିବ ଲିଙ୍ଗ

mahabharatanews

ନଦୀରେ ବୁଡ଼ି ଯୁବକ ମୃତ

mahabharatanews