ଭାରତ

 ପୁରୁଷ ଗର୍ଭନିରୋଧକର ପରୀକ୍ଷା ସଫଳ

(ଦିଲ୍ଲୀ) : ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍‌ଆର୍‌) । ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍‌ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।

ସୂଚନାନୁଯାୟୀ,  ଆଇସିଏମ୍‌ଆର୍ ୩୦୩ ଜଣ ସୁସ୍ଥ ପୁରୁଷ ସ୍ବେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷା କରିଥିଲା। ସମସ୍ତ ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ ଇଂଜେକ୍ସନ ଆକାରରେ ଦିଆଯାଉଥିବା ଏହି ଅଣ-ହର୍ମୋନଯୁକ୍ତ କଣ୍ଟ୍ରାସେପ୍ଟିଭ୍ ଆର୍‌ଆଇଏସ୍‌ୟୁଜି (ରିଭର୍ସିବ୍‌ଲ ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ) ନିରାପଦ, ଫଳପ୍ରଦ ଓ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପାଇଁ ୪ ବର୍ଷ ସମୟ ଲାଗିଥିଲା ଏବଂ ଏହି କଣ୍ଟ୍ରାସେପ୍ଟିଭ୍ ୯୯.୦୨ ପ୍ରତିଶତ ଫଳପ୍ରଦ ଥିବା ଜଣାପଡ଼ିଥିଲା।

Related posts

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆଜି ଛତିଶଗଡ଼଼ ବିଧାନସଭା ନିର୍ବାଚନ

mahabharatanews

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

mahabharatanews