ମନୋରଞ୍ଜନ

‘ପର୍ବ’ ଉପନ୍ୟାସ ଉପରେ ଆଧାରିତ ବିବେକଙ୍କ ଆଗାମୀ ସିନେମା 

(ମୁମ୍ବାଇ) :  ଏସ ଏଲ୍ ଭୈରପ୍ପାଙ୍କ ‘ପର୍ବ’ ଏକ ସଂସ୍କୃତ ଉପନ୍ୟାସ। ମହାଭାରତର ବିଭିନ୍ନ ଚରିତ୍ରମାନଙ୍କର ବ୍ୟକ୍ତିଗତ ପ୍ରତିଫଳନ ସଂପର୍କରେ ଏହି ଉପନ୍ୟାସରେ ବର୍ଣ୍ଣିତ ହୋଇଛି। ଉପନ୍ୟାସଟି ଏକ ଆଧୁନିକ କ୍ଲାସିକ୍ ଭାବରେ ଉଚ୍ଚ ପ୍ରଶଂସିତ ହୋଇଛି| ତେବେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ଅଛନ୍ତି। ଏନେଇ ସେ ଘୋଷଣା କରିବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ଏହି ସିନେମାର କାହାଣୀ ପ୍ରଖ୍ୟାତ କନ୍ନଡ଼ ଲେଖକ ଏସ ଏଲ୍ ଭୈରପ୍ପାଙ୍କ ପୁସ୍ତକ ‘ପର୍ବ’ ଉପରେ ଆଧାରିତ ରହିଛି ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ।

 

 ‘ପର୍ବ’ ତିନିଟି ଭାଗ ବିଶିଷ୍ଟ ଫ୍ରାଞ୍ଚାଇଜ୍ ହେବ ବୋଲି ସୂଚନା ରହିଛି। ନିର୍ଦ୍ଦେଶକ ଆଜି ବେଙ୍ଗାଲୁରୁରେ ଫିଲ୍ମ ସଂପର୍କରେ ଅଧିକ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନିର୍ମାତା ତଥା ଅଭିନେତ୍ରୀ ପଲ୍ଲବୀ ଯୋଶୀ, ସହ ଲେଖକ ପ୍ରକାଶ ବେଲାୱାଡି ଏବଂ ପର୍ବ ଉପନ୍ୟାସର ଲେଖକ ଏସ ଏଲ୍ ଭୈରପ୍ପା ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହିବେ।

Related posts

ରଣବୀର ଓ ଦୀପିକାଙ୍କୁ ଶୁଭେଚ୍ଛାର ସୁଅ

mahabharatanews

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

ଚଳିତ ମାସ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ

mahabharatanews