ଖେଳଭାରତ

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

ମୁମ୍ବାଇ : ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣମେଣ୍ଟରେ ଆଉଏକ ଜୋରଦାର ଲଢେଇ ଦେଖିବାକୁ ମିଳିବ । ମଚମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ । ବାଂଲାଦେଶ ଟିମ ସାକିବ ଫେରିଛନ୍ତି ।

ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚ୍‌ ଖେଳିସାରିଥିବା ବେଳେ ୩ଟିରେ ବିଜୟୀ ଓ ଗୋଟିଏ ମୁକାବିଲାରେ ପରାଜୟରେ ସାମ୍ନା କରିବାକୁ ପଡିଛି । ନେଦରଲାଣ୍ଡସ୍‌ ଠାରୁ ପରାଜୟର ସ୍ୱୀକାର କରିଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ବାକି ଆଉ ସବୁ ମ୍ୟାଚ୍‌ରେ ଟିମ୍‌ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରତିଟି ଖେଳାଳି ନିଜ ଭୂମିକା ଖୁବ୍‌ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ଏପିରିକି ଗତ ମ୍ୟାଚ୍‌ରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଯାହାଫଳରେ ଇଂଲଣ୍ଡଠାରୁ ୨୨୯ ରନ୍‌ରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ବାଂଲାଦେଶ ବିପକ୍ଷରେ ଥିବା ଆଜିର ମ୍ୟାଚ୍‌ ଜିତି ସେମି ରାସ୍ତାରେ ଅଗ୍ରସର ନେବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା ଟିମ୍‌ ।

ସେପଟେ ବାଂଲାଦେଶ ମଧ୍ୟ ଏତେ ସହଜରେ ଦକ୍ଷିଣ ଆଫ୍ରିକାକୁ ରାସ୍ତା ଛାଡିବନାହିଁ । ବର୍ତ୍ତମାନ ସୁଦ୍ଧା ଟିମ୍‌ ୪ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ଗୋଟିଏର ବିଜୟୀ ହୋଇଥିବା ବେଳେ ବାକି ୩ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ୨ ପଏଣ୍ଟ ସହ ଟେବୁଲର ସାତ ନମ୍ବର ସ୍ଥାନରେ ରହିଛି ବାଂଲାଦେଶ ଟିମ୍‌ । ତେବେ ଟିମ୍‌ ପାଇଁ ପ୍ରମୁଖ ସମସ୍ୟା ସାକିବଙ୍କ ଆହତ । ଜଣେ ଅଭିଜ୍ଞ ଅଲ୍‌ରାଉଣ୍ଡର ତଥା ଅଧିନାୟକ ଅନୁପସ୍ଥିତ ରହିବା, ଟିମ୍‌ ପାଇଁ ମହଙ୍ଗା ପଡିଥିଲା । ତେବେ ମିଳିଥିବା ସୂଚନାନୁସାରେ ସାକିବ ସୁସ୍ଥ ହୋଇସାରିଛନ୍ତି । ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଖେଳିପାରନ୍ତି ।

Related posts

ମହିଳା ଯବାନଙ୍କୁ ମାତୃତ୍ୱ, ଶିଶୁ ଯତ୍ନ ପାଇଁ ମିଳିବ ଛୁଟି 

mahabharatanews

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews