ଓଡିଶା

ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’

(ଭୁବନେଶ୍ୱର) : ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’ । କିଛି ଘଣ୍ଟାରେ ଗଭୀର ଅବପାକ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଗତ ରାତି ୧.୩୦ରୁ ୨.୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ ,ଆଗାମୀ ୬ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭବନା ରହିଛି । ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବ ଆସନ୍ତା କାଲି ମଧ୍ୟ ରହିବ । ମିଜୋରାମ୍ ଓ ତ୍ରିପୁରାର କିଛି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ୍ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । ତେବେ ସ୍ଥଳଭାଗ ମୁହାଁ ହେବା ସହ ଦୁର୍ବଳ ହୋଇଥିଲା ବାତ୍ୟା ‘ହାମୁନ୍ ଏବେ ଧିରେ ଧିରେ ଆହୁରି ଦୁର୍ବଳ ହେବ ଏହି ବାତ୍ୟା । ଗତକାଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା ବାତ୍ୟା ‘ହାମୁନ୍’ ।

Related posts

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

mahabharatanews

କଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews