ଓଡିଶା

ଆସନ୍ତକାଲି ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସଠିକ ସମୟ 

(ଭୁବନେଶ୍ୱର) :  ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି ସନାତନ ଧର୍ମରେ । ଚନ୍ଦ୍ରଗ୍ରହଣ ବେଳେ, ରାହୁ ଏବଂ କେତୁଙ୍କ ପ୍ରଭାବ ପୃଥିବୀ ଉପରେ ପଡ଼ିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଆସିବା ପରେ ଚନ୍ଦ୍ରଗ୍ରହଣ ଘଟିଥାଏ । ଚନ୍ଦ୍ରଗ୍ରହଣ ସମୟରେ ଶୁଭ କାମ କରିବା ନିଷେଧ । ଏହାକୁ ଅଣଦେଖା କରିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

ସୂଚନାନୁଯାୟୀ , ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଶରତ ପୂର୍ଣ୍ଣିମା ତିଥିରେ ହେବାକୁ ଯାଉଛି । ପୂର୍ଣ୍ଣିମା ତିଥି ଅକ୍ଟୋବର ୨୮ ଅପରାହ୍ନ ୪ଟାରେ ଆରମ୍ଭ ହେବ ଏବଂ ଅକ୍ଟୋବର ୨୯ରେ ୦୨:୨୪ରେ ଶେଷ ହେବ । ଏଥିପାଇଁ ଲୋକମାନେ ଚନ୍ଦ୍ରଗ୍ରହଣର ତାରିଖ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି । ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।

Related posts

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ବିଷାକ୍ତ ଚା ପିଇ ୧୫ ଅସୁସ୍ଥ

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews