ଓଡିଶା

ଓଡ଼ିଶା ଛାଡିବା ବେଳେ ଭାବ ବିହ୍ୱଳ ହୋଇ ପଡିଲେ ପ୍ରଫେସର ଗଣେଶୀ ଲାଲ୍‌

(ଭୁବନେଶ୍ୱର) : ଓଡ଼ିଶା ଛାଡ଼ିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ବିଦାୟ ପୂର୍ବରୁ ତାଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେଠାରୁ ସେ ସିଧାସଳଖ ବିମାନବନ୍ଦର ଅଭିମୁଖେ ଯାଇଥିଲେ। ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ବିଦାୟ ଜଣାଇଥିଲେ।

ସୂଚନାନୁଯାୟୀ , ବିମାନବନ୍ଦରକୁ ଯିବା ସମୟରେ ସେ କହିଥିଲେ ଯେ ଓଡ଼ିଶା ହେଉଛି ମୋର ଘର। ଏଠାକୁ ଆସି ମୋର ପୁନର୍ଜନ୍ମ ହୋଇଛି। ଏଠାକାର ମାଟିରେ ସୁଗନ୍ଧ ରହିଛି। ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି।

Related posts

 ମାଲକାନଗିରି ବିମାନବନ୍ଦର ଲୋକାର୍ପିତ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ;୭୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews