ଓଡିଶା

ରାଜଭବନରେ ରାଜ୍ୟପାଳ ରଘୁବର ଦାସ

(ଭୁବନେଶ୍ୱର) : ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ପୁରୀ ଯାଇ ମହାପ୍ରଭୁଙ୍କ ଆଶ୍ରୀବାଦ ନେବା ପରେ ଭୁବନେଶ୍ଵର ସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନବନିଯୁକ୍ତ ରାଜ୍ୟପାଳ । ଆସନ୍ତାକାଲି ସେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ।

ସୂଚନାନୁଯାୟୀ , ଆଜି ସକାଳ ୧୦ଟା ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଥିଲେ । ଏହାପରେ ପୁରୀ ରାଜଭବନ ଯାଇ ବିଶ୍ରାମ ନେଇଥିଲେ । ରାଜଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦାୟିତ୍ୱ ନେବି ବୋଲି ସେ କହିଛନ୍ତି ।

Related posts

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

mahabharatanews

ସାଲେପୁର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍ୟାପିତ

mahabharatanews