ମନୋରଞ୍ଜନ

ବାଂଲାଦେଶୀ ଅଭିନେତ୍ରୀ ହୁମାଇରାଙ୍କ ସନ୍ଧେହଜନକ ମୃତ୍ୟୁ  

(ମୁମ୍ବାଇ):  ୩୭ ବର୍ଷ ବୟସରେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମୃତ୍ୟୁ ହୋଇଛି । ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟୁଥିବା ବେଳେ ତାଙ୍କୁ ଢାକାସ୍ଥିତ ଉତ୍ତର ଆଧୁନିକ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ସୂଚନାନୁଯାୟୀ , ତେବେ ବେକରେ ଅସ୍ପଷ୍ଟ ଦଉଡ଼ି ଦାଗ ଥିବା କଥା ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପୁଲିସକୁ ସୂଚନା ଦେଇଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ। ଜନପ୍ରିୟ ଟେଲିଭିଜନ ଅଭିନେତ୍ରୀ ହୁମାଇରାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ଦିନ ଦୁହେଁ ଝଗଡ଼ା ଲାଗିଥିଲେ। ହୁଏତ ସେହିକାରଣରୁ ସେ ଜୀବନ ହରାଇ ଥାଇ ପାରନ୍ତି ବୋଲି କୁହାଯାଉଛି ।

Related posts

ଭାଇରଲ ହେଲା ହ୍ରିତିକ ରୋଶନ ଓ ପ୍ରେମିକା ସବାଙ୍କ ଫୋଟୋ

mahabharatanews

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

mahabharatanews

ଚନ୍ଦ୍ରଯାନ-୩ ସଫଳତା; ଖୁସି ଜାହିର କଲେ ବଲିଉଡ କଳାକାର

mahabharatanews