ଭାରତ

ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବ ନେପାଳ 

(ଦିଲ୍ଲୀ) : ଭୂମିକମ୍ପରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହିମାଳୟ ଦେଶର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ନେପାଳ କର୍ତ୍ତୃପକ୍ଷ ରବିବାର ଅଣ୍ଟା ଭିଡ଼ିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୋଟ ୧୫୭ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୨୦ ଜଣଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ଭୂମିକମ୍ପରୁ ବଞ୍ଚିଯାଇଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ରିଲିଫ ପ୍ୟାକେଜ୍ ଉପରେ ନିଷ୍ପତ୍ତି ନେବା ଲାଗି ରବିବାର କ୍ୟାବିନେଟ୍ ବୈଠକ କରିଛନ୍ତି।

ସୂଚନାନୁଯାୟୀ , କାଠମାଣ୍ଡୁଠାରୁ ପ୍ରାୟ ୫୦୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଜାଜରକୋଟ ଜିଲ୍ଲାରେ ଶୁକ୍ରବାର ମଧ୍ୟରାତ୍ରି ପୂର୍ବରୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଶତାଧିକ ଘର ନଷ୍ଟ ହୋଇଯାଇଥିବାରୁ ଅନେକ ଲୋକଙ୍କୁ ଶନିବାର ରାତି ଖୋଲା ଆକାଶ ତଳେ କାଟିବାକୁ ପଡ଼ିଥିଲା।

Related posts

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

mahabharatanews

ରଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା

mahabharatanews

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

mahabharatanews