(ଦିଲ୍ଲୀ) : ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି ପାଉଥିବାରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୧୦ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ଆତିଷୀ ମାର୍ଲେନା ଟୁଇଟ୍ କରି ସୂଚନା ଦେଇଛନ୍ତି । ପ୍ରଦୂଷଣର ସ୍ତରକୁ ବିଚାର କରି ଏହାକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସୂଚନାନୁଯାୟୀ , ପ୍ରଦୂଷଣ ସ୍ତର ଏପର୍ଯ୍ୟନ୍ତ ବହୁତ ଅଧିକ ରହିଛି, ତେଣୁ ଦିଲ୍ଲୀରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ନଭେମ୍ବର 10 ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ସହିତ, ୬ -୧୨ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ପଠାପଢା ଯିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୩-୪ ନଭେମ୍ବରରେ ବିଦ୍ୟାଳୟ ବନ୍ଦ କରିବାକୁ ପୂର୍ବ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣର ସ୍ତର ଅତ୍ୟନ୍ତ ଗମ୍ଭୀର ବର୍ଗରେ ରହିଛି । ରବିବାର ସକାଳେ ସମଗ୍ର ସହରରେ କୁହୁଡି ଦେଖିବା ପାଇଁ ମିଳିଥିଲା । ଯେଉଁ କାରଣରୁ ଲୋକେ ଗାଡ଼ି ଚଳଚଳରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ।
