ଓଡିଶାମନୋରଞ୍ଜନ

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

(ଭୁବନେଶ୍ୱର) : ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲାରେ ଗିରଫ ହୋଇଛନ୍ତି ଟୁଟୁ । ୧୬୪ରେ ବୟାନ ରେକର୍ଡ କରାଯାଇନଥିବାରୁ ଶୁଣାଣି ଘୁଞ୍ଚିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶୁକ୍ରବାର ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକା ଯୋଗଦେଇଥିଲେ । ଏହି ସମୟରେ ସେ ହଲ୍ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଟୁଟୁ ନାୟକ ତାଙ୍କୁ ମାରିଥିବା ନେଇ ସାମ୍ବାଦିକା ଜଣକ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ସିସିଟିଭି ଫୁଟେଜ୍ ଚେକ୍ କରି ତଦନ୍ତ କରିଥିଲା । ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା ।

Related posts

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

mahabharatanews

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

mahabharatanews

କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ

mahabharatanews