ଭାରତ

ବିସ୍ଫୋରଣରେ ଜଣେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ

(ଛତିଶଗଡ଼) : ଛତିଶଗଡ଼ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ସହିଦ । ତେବେ ସହିଦ ଯବାନ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମର କରୁଣାକର ଶିଅଳଙ୍କ ପୁଅ ପ୍ରକାଶ  । ତାଙ୍କୁ ୩୬ବର୍ଷ ବୋଲି ସ୍ୱଷ୍ଟ ହୋଇଛି  ।

ସୂଚନାନୁଯାୟୀ , ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍‌ରେ କାର୍ଯ୍ୟ କରୁଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହ ସୁକୁମା ଜିଲ୍ଲା ମିନାପା ଅଞ୍ଚଳର ଏକ ଭୋଟ୍‌ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଛିଡ଼ିଯାଇଥିବା ଦୁଇ ଗୋଡ଼ର ଅସ୍ତ୍ରୋପଚାର କରାଯାଉଥିବା ବେଳେ ଆଜି ପ୍ରକାଶଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Related posts

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ

mahabharatanews

ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

mahabharatanews

ଅଚାନକ ଜଳିଗଲା କ୍ୟାମ୍ପ, ୯ ମୃତ  

mahabharatanews