ଭାରତ

କେଦାରନାଥ ମନ୍ଦିରରେ ବିଜେପି ସାଂସଦଙ୍କୁ ଭେଟିଲେ ରାହୁଲ୍‌ 

(ଦିଲ୍ଲୀ) : କେଦାରନାଥ ମନ୍ଦିରରେ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ । ମଙ୍ଗଳବାର ଦିନ କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ତାଙ୍କ ଦାଦାପୁଅ ଭାଇ ତଥା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ମଧ୍ୟରେ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଳ୍ପ ସମୟ ପାଇଁ ମନ୍ଦିର ବାହାରେ ଦୁହିଁଙ୍କର ଭେଟ ‌ହୋଇଥିଲା। ସେମାନେ ପରସ୍ପରର ଭଲମନ୍ଦ ପଚାରି ବୁଝିଥିଲେ। ଭେଟ ଖୁବ୍‌ ସ୍ବଳ୍ପ ହୋଇଥିଲେ ବି ନିବିଡ଼ ଥିଲା ବୋଲି ସେମାନେ କହିଛନ୍ତି।

ସୂଚନାନୁଯାୟୀ, ସର୍ବସାଧାରଣରେ ଏହି ଦାଦାପୁଅ ବଡ଼ ବାପାପୁଅଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳୁ ନ ଥିବାରୁ କେଦାରନାଥରେ ଦୁହିଁଙ୍କ ସାକ୍ଷାତକୁ ନେଇ ବରୁଣ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ଉପରେ କେତେକ କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି।  ସେହିପରି, କୃଷି ଆଇନ ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ବିବୃତି ବେଳେ ବେଳେ ଦଳର ଆଦର୍ଶକୁ ବିରୋଧ କରୁଛି।

Related posts

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

mahabharatanews

ସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନର

mahabharatanews

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

mahabharatanews