ଭାରତ

ଡିସେମ୍ବରର ଦ୍ୱିତୀୟ ସପ୍ତାହରୁ ଶୀତ ଅଧିବେଶନ

(ଦିଲ୍ଲୀ) : ଡିସେମ୍ବରର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ତେବେ ଏହା ଡିସେମ୍ବର ୨୫  ପୂର୍ବରୁ ଶେଷ ହେବାର ଆଶଙ୍କା ରହିଛି । ଏନେଇ ବୁଧବାର ଦିନ ପିଟିଆଇ ସୂଚନା ଦେଇଛି ।  ସଂସଦର ଶୀତ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରେ ଆରମ୍ଭ ହୁଏ ଏବଂ ଖ୍ରୀଷ୍ଟମାସ ପୂର୍ବରୁ ଏହା ଶେଷ ହୋଇଥାଏ ।

ସୂଚନାନୁଯାୟୀ , ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ମଧ୍ୟପ୍ରଦେଶ ଅର୍ଥାତ୍ ଡିସେମ୍ବର 3 ରେ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର କିଛି ଦିନ ପରେ ଶୀତ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ବିରୋଧୀ ତଥା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଥିବା ଏହି ବିଲ୍ ପାସ୍ କରିବାକୁ ସରକାର କୌଣସି ଦାବି ରଖି ନାହାଁନ୍ତି । ଏହି ବିଲ୍ ମାଧ୍ୟମରେ ସରକାର ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ସ୍ଥିତିକୁ କ୍ୟାବିନେଟ ସଚିବଙ୍କ ସହ ସମାନ କରିବାକୁ ଚାହୁଁଛନ୍ତି।

Related posts

ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର

mahabharatanews

ମାଟ୍ରିମୋନି ସାଇଟ ରେ ବିବାହ ଖୋଜିବାକୁ ଯାଇ ଠକିଗଲେ ଯୁବକ

mahabharatanews

ସୋସିଆଲ ମିଡିଆ ପ୍ରୋଫାଇଲରେ ରଖନ୍ତୁ ତ୍ରିରଙ୍ଗାର ଚିତ୍ର: ପ୍ରଧାନମନ୍ତ୍ରୀ

mahabharatanews