ଓଡିଶା

ଶ୍ରୀମନ୍ଦିରରେ ଠେଲାପେଲା , ବହୁ ସଂଖ୍ୟାରେ ହବିଷ୍ୟାଳୀ ଆହତ

(ପୁରୀ) : ଶ୍ରୀମନ୍ଦିରରେ ଲାଗି ରହିଛି ପ୍ରବଳ ଭିଡ଼  । ଉକ୍ତ ସମୟରେ ଠେଲାପେଲା ଯୋଗୁଁ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ତେବେ କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟାରେ ହବିଷ୍ୟାଳୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ଆଜି ମଙ୍ଗଳାଳତୀ ପରେ ହବିଷ୍ୟାଳୀଙ୍କୁ ଏକକାଳୀନ ଶ୍ରୀମନ୍ଦିରକୁ ଛଡ଼ା ଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା । ଏହି ସମୟରେ ଠେଲା ପେଲା ଯୋଗୁଁ ଅନେକ ହବିଷ୍ୟାଳୀ ଅହତ ହୋଇଛନ୍ତି । \

ସୂଚନାନୁଯାୟୀ ,  ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନେ ଚିକିତ୍ସା ହେବା ପରେ ଫେରିଥିବା ସୂଚନା ମିଳିଛି । ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା।

Related posts

ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସୁରେଶ ପୂଜାରୀ

mahabharatanews

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକପ୍ରିୟ ସାଂସଦ ମହେଶ ସାହୁଙ୍କ ବଳିଷ୍ଟ ପଦକ୍ଷେପ

mahabharatanews

୨୬ରୁ ଖୋଲିବ ଦଶମ, ଦ୍ୱାଦଶ

mahabharatanews