ବିଶ୍ୱ

ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି,୮୦୦ ଥର ଭୂକମ୍ପ ଝଟ୍‌କା

(ଦିଲ୍ଲୀ) :  ଆଇସଲ୍ୟାଣ୍ଡରେ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ରେକଜାନେସ୍ ପେନିନ୍‌ସୁଲାରେ ଲଗାତର ଅନେକଗୁଡ଼ିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆପଣଙ୍କୁ ଅବାକ କରିଦେବା ଭଳି ଖବର ହେଉଛି ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସରିଜ୍‌ ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍‌କା ଦେଇଛି।

ସୂଚନାନୁଯାୟୀ , ଏହି ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍‌ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ (ଆଇଏମଓ) କହିଛି ଯେ କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ।

Related posts

ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର,ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ

mahabharatanews

ୟୁକ୍ରେନରେ ବିପର୍ଯ୍ୟୟ ,ପାଣିଘେରରେ ୫୦ରୁ ଅଧିକ ସହର

mahabharatanews

ଆଫଗାନିସ୍ତାନ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୪୦୦୦ ପାର

mahabharatanews