ଓଡିଶା

ବଡ଼ବଡୁଆ ଡାକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

(ପୁରୀ) : ଆସନ୍ତାକାଲି ବାଣ ଅମାବାସ୍ୟା ଅର୍ଥାତ ଶୁଭ ଦୀପାବଳି । ଦୀପାବଳି ପାଇଁ ଗରୁ ସହର ଉତ୍ସବ ମୁଖର ହୋଇପଡିଛି  । ତେବେ ଆପଣ ସମସ୍ତେ ଜାଣନ୍ତି ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ ।  ଏହି ଅବସରରେ କାଉଁରିଆ ଧରି ବଡ଼ବଡୁଆ ଡକାଯିବାର ପରମ୍ପରା ରହିଛି । ଯେଉଁଥି ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି ।

ସୂଚନାନୁଯାୟୀ , ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ସିହଂ ଦ୍ୱାରା ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି ।ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ ହୋଇସାରିଛି । ଶ୍ରଦ୍ଧାଳୁ ଯେଉଁଭଳି ଭାବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କାଉଁରିଆ ଜାଳିପାରିବେ ସେନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତଙ୍କ ଭିଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ବାଂଲାଦେଶ ଶ୍ରୀମନ୍ଦିର ମମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃରୁରୁଷଙ୍କୁ ଦେଖାଇ ବିଦାୟ ଦିଆଯାଇଥାଏ । ପିତୃପୁରୁଷଙ୍କ ଶ୍ରାଦ୍ଧ ବଡବଡୁଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼଼ ବଢିବ ଯେଉଁଥି ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବା ନେଇ ଖବର ରହିଛି ।

Related posts

ମୁଁ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରେ, କିନ୍ତୁ ଅନ୍ଧ ଭାବରେ ନୁହେଁ

mahabharatanews

ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥ ଖଳା

mahabharatanews

ଅଣାୟତ୍ତ ଆଳୁ ଦରକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ

mahabharatanews