ଓଡିଶା

 ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧା ଉଦ୍ଧାର

 (ସୁବର୍ଣ୍ଣପୁର) : ଉଦ୍ଧାର ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧା। ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ତାହା ଜଣାପଡ଼ିନାହିଁ।

ସୂଚନାନୁଯାୟୀ , ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ପାଖରେ ଅକ୍ସଜେନ୍ ପଠାଯାଇଛି। ଏଣେ ଆଉ ଏକ ଗାତ ଖୋଳା ଚାଲିଛି। ତେଣେ ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ।

Related posts

ଦାଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

mahabharatanews

 ଖୋଲିଲା ହୀରାକୁଦ୍ ଗେଟ୍,ତଳିଆ ଅଞ୍ଚଳକୁ ସତର୍କ ଜାରି 

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews