ଭାରତ

ସୁଡ଼ଙ୍ଗ ଅଘଟଣ; ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ  ପ୍ରଧାନମନ୍ତ୍ରୀ

(ଉତ୍ତରକାଶୀ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା କରି ଉତ୍ତରକାଶୀ ଅନ୍ତର୍ଗତ ସିଲ୍‌କ୍ୟାରା-ବଡ଼କୋଟ ସୁଡ଼ଙ୍ଗ ଅଘଟଣସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତି।

ସୂଚନାନୁଯାୟୀ ,   ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୪୦ଜଣ ଲୋକଙ୍କୁ ଆଜି ସନ୍ଧ୍ୟାସୁଦ୍ଧା ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅର୍ପଣ ଯଦୁବଂଶୀ କହିଛନ୍ତି, ଟ୍ରକ୍‌ରେ ୯୦୦ ମିଲିମିଟର୍‌ ଗୋଲେଇବିଶିଷ୍ଟ ପାଇପ୍‌ ସବୁ ଆସି ସିଲ୍‌କ୍ୟାରାରେ ପହଞ୍ଚିଛି। ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି।  ୪୦ଜଣ ଲୋକଙ୍କୁ ଆଜି ସନ୍ଧ୍ୟାସୁଦ୍ଧା ଉଦ୍ଧାର କରିବୁ। ପାଇପ୍‌ଦ୍ବାରା ଅକ୍ସିଜେନ୍‌, ଖାଦ୍ୟ ଓ ଜଳ ଭଳି ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ଫସି ରହିଥିବା ଶ୍ରମିକମାନଙ୍କର ପରିବାରବର୍ଗଙ୍କ ସହିତ ମଧ୍ୟ ଯୋଗାଯୋଗ ରକ୍ଷା କରାଯାଉଛି।

Related posts

କାଲ୍‌କାଜୀ ମନ୍ଦିରରେ ହଠାତ ଭାଙ୍ଗି ପଡିଲା ମଞ୍ଚ,ଜଣେ ମୃତ  

mahabharatanews

୨୧୪ କ୍ୟାଲିବର ବିଶିଷ୍ଟ ପିନାକା ରକେଟ ସିଷ୍ଟମ୍ ଲଞ୍ଚ କରିଛି ଭାରତ

mahabharatanews

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

mahabharatanews