ଭାରତ

ଅଲ-ଶିଫା ହସ୍ପିଟାଲରେ ପଶିଲେ ଇସ୍ରାଏଲ ସେନା

(ଇସ୍ରାଏଲ) :  ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ-ଶିଫା ଏବେ ଯୁଦ୍ଧକ୍ଷେତ୍ର ପାଲଟିଯାଇଥିବାରୁ ବିଶ୍ବବ୍ୟାପୀ ମାନବିକ ଅଧିକାର ସଂଗଠନମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହମାସ ଏହି ହସ୍ପିଟାଲକୁ କିଭଳି ସୁରକ୍ଷା କବଚ ଭାବେ ବ୍ୟବହାର କରୁଛି ତାହାର ବଳିଷ୍ଠ ପ୍ରମାଣ ଆଜି ମିଳିଛି । ଇସ୍ରାଏଲ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଏକ ‘ଟାର୍ଗେଟେଡ୍ ଅପରେସନ’ ଆରମ୍ଭ କରିଛି, ଯାହାକୁ ହମାସ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ଡାକ୍ତରଖାନା ହଜାର ହଜାର ଅସୁସ୍ଥ, ବିସ୍ଥାପିତ ଗାଜାବାସୀଙ୍କୁ ଆଶ୍ରୟ ଦେଇଛି।

ସୂଚନାନୁଯାୟୀ , ହମାସ ସଦସ୍ୟ କିମ୍ବା ସେମାନଙ୍କ ସ‌ହଯୋଗୀ ସନ୍ଦେହରେ ହସ୍ପିଟାଲ ପରିସରରେ ୨୦୦ ଲୋକଙ୍କୁ ଇସ୍ରାଏଲ ସେନା ଅଟକ ରଖିଛି। ଗାଜାର କର୍ତ୍ତୃପକ୍ଷ ଡାକ୍ତରଖାନା ଭିତରେ ସମସ୍ତ ସାମରିକ କାର୍ଯ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ନବଜାତ ଶିଶୁଙ୍କ ସମେତ ୨୩୦୦ ଏହି ହସ୍ପିଟାଲରେ ଫସି ରହିଛନ୍ତି। ଉଭୟ ଇସ୍ରାଏଲ୍ ଏବଂ ଆମେରିକା ଅଭିଯୋଗ କରିଛନ୍ତି ଯେ ଅଣ୍ଡରଗ୍ରାଉଣ୍ଡ ଟନେଲ ନେଟୱର୍କ ବ୍ୟବହାର କରି ଏହି ହସ୍ପିଟାଲରେ କମାଣ୍ଡ ପୋଷ୍ଟ ଚାଲିଛି ଏବଂ ପଣବନ୍ଦୀମାନଙ୍କୁ ଲୁଚାଇବା ପାଇଁ ହମାସ ଆତଙ୍କବାଦୀମାନେ ସମଗ୍ର ହସ୍ପିଟାଲକୁ ଏକ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛନ୍ତି।

Related posts

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

୩ ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ

mahabharatanews

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

mahabharatanews