ଓଡିଶା

ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ୍‌ୱେ 

(ଭୁବନେଶ୍ୱର) : ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ୍‌ୱେ ।  ଅପରାହ୍ନରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିବେ । ବହୁ ପ୍ରତିକ୍ଷିତ ରୋପ୍‌ୱେ କାଲି ଉଦ୍‌ଘାଟନ ହେବ । ୧୮ ତାରିଖ ଠାରୁ ଏଥିରେ ପର୍ଯ୍ୟଟକ ବସିପାରିବେ । “ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ” ରୋପୱେ ଚାଲୁ କରିବା ପୂର୍ବରୁ ମେ ମାସରେ ମକଡ୍ରିିଲ ହୋଇଥିଲା ।

ସୂଚନାନୁଯାୟୀ , ନନ୍ଦନକାନନ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ କାଞ୍ଜିଆ ହ୍ରଦ ଉପରେ ମକଡ୍ରିଲ କରିଥିଲା । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ ଏବଂ କିପରି ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବ ସେ ନେଇ ମକଡ୍ରିଲ ହୋଇଥିଲା । ପୂର୍ବରୁ ଦୁର୍ଘଟଣା ଘଟିବାରୁ ନନ୍ଦନକାନନ ରୋପ ୱେ ବନ୍ଦ ରହିଥିଲା । ନିକଟରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ କରାଯାଇଛି । ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ଇଲେକ୍ଟ୍ରି ବିଚ୍ଛିନ୍ନ ହୋଇଯିବ ।

Related posts

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews

ପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତର

mahabharatanews