ଭାରତ

୧୯ରେ ‘ଏୟାର୍‌ ସୋ’ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

(ଅହମଦାବାଦ) : ନଭେମ୍ବର ୧୯ ତାରିଖ ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭ‌ାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ‘ଆଇସିସି ବିଶ୍ବକପ୍‌ ଫାଇନାଲ୍‌’ ମ୍ୟାଚ୍‌ ଆଗରୁ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ‘ଏୟାର୍‌ ସୋ’ ପ୍ରଦର୍ଶନ କରିବ ବୋଲି ଗୁରୁବାର ସୂଚନା ମିଳିଛି । ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମ‌ୋଦୀ ଷ୍ଟାଡିୟମ୍‌ରେ ଫାଇନାଲ୍‌ ଖେଳ ଆରମ୍ଭ ହେବାର ଆଗରୁ ୧୦ ମିନିଟ୍‌ ପାଇଁ ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିବ।

 

ସୂଚନାନୁଯାୟୀ , ଶୁକ୍ରବାର ଓ ଶନିବାର ଦିନ ଏହି ‘ଏୟାର୍‌ ସୋ’ ନିମନ୍ତେ ଅଭ୍ୟାସ କରାଯିବ ବୋଲି ମଧ୍ୟ ଜାରି କରିଥିବା ବିବୃତିରେ ଜନସମ୍ପର୍କ ଅଧିକାରୀ କହିଛନ୍ତି। ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍’ରେ ୯ଟି ବିମାନ ଅଛି। ସମଗ୍ର ଦେଶରେ ଏହି ଟିମ୍‌ ବିଭିନ୍ନ ‘ଏୟାର୍‌ ସୋ’ରେ ତା’ର ନୈପୁଣ୍ୟ ପ୍ରଦର୍ଶନ କରିଛି।

Related posts

ଅଯୋଧ୍ୟାରେ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ବିମାନବନ୍ଦର ନିୟମ ଭାଙ୍ଗିଲେ ବିଜେପି ସାଂସଦ

mahabharatanews

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

mahabharatanews