ଓଡିଶା

୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ

 (ଭୁବନେଶ୍ୱର) :  ଆସନ୍ତା ଡିସେମ୍ବର ୧୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ କରିବ ୬୬୨ ବର୍ଗ କଲେଜ ସଂଘ। ଏଥିସହ ଲୋୟର ପିଏମଜିରେ ମହା ଆନ୍ଦୋଳନ କରିବ । ଏନେଇ ୬୬୨ ବର୍ଗ କଲେଜ ସଂଘର ସଭାପତି ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ ,  ସଂଘର ଦାବିଗୁଡ଼ିକ ହେଲା ସମାନ ଗ୍ରେଡ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା, ଏହି ବର୍ଗର କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜି.ଓ. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଓ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି। ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ୭୦ ଭାଗ ଦାୟିତ୍ଵ ଏ ବର୍ଗର କର୍ମଚାରୀମାନେ ବହନ କରୁଛନ୍ତି। ରାଜ୍ୟ ସରକାର ଉକ୍ତ ଦାବିଗୁଡ଼ିକୁ କର୍ଣ୍ଣାପତ କରୁନାହାନ୍ତି। ଅବସର ସମୟରେ କୌଣସି ଅବସରକାଳୀନ ସୁବିଧା ଓ ପେନସନ ମିଳୁନାହିଁ। ଫଳରେ ଡ଼ିସେମ୍ବର ୧୫ ତାରିଖରେ ସମସ୍ତ କଲେଜରେ ପାଠପଢ଼ା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବ କଲେଜ ସଂଘ।

Related posts

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews

ଲକ ଡାଉନରେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କ କଟକଣା

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews