ଭାରତ

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ରାଜସ୍ତାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଏଠାରେ ନାଗୌର ଏବଂ ଭରତପୁରରେ ସାଧାରଣ ସଭା କରିବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତେଲେଙ୍ଗାନା ପାଇଁ ଭାରତୀୟ ଜନତା ପାର୍ଟିର ଘୋଷଣା ପତ୍ର ଜାରି କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧: ୪୫ରେ ଭରତପୁରର ଏମ.ଏସ. ଜେ କଲେଜରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକ୍ରମ ନାଗୌରରେ ରହିବ । ଏଠାରେ ସେ ଦିନ ୩:୧୫ରେ ଦର୍ଶନ ପାଇଁ ଭୀର ତେଜାଜୀ ମନ୍ଦିରକୁ ଯିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକ୍ରମ ନାଗୌର ଜିଲ୍ଲା କ୍ରୀଡ଼ା ଷ୍ଟାଡିୟମରେ ରହିଛି, ପ୍ରଧାନମନ୍ତ୍ରୀ ବିଜୟ ସଙ୍କଲପ ସଭାରେ ଅପରାହ୍ନ ୪ଟା ସମୟରେ ଯୋଗଦେବେ।

ମିଳିଥିବା ସୂଚନା ଅନୁସାରେ,  ଅମିତ ଶାହ ଆଜି ହାଇଦ୍ରାବାଦରେ ରହିବେ। ଆଜି ରାଜସ୍ଥାନରେ କଂଗ୍ରେସ ମଧ୍ୟ ନିର୍ବାଚନୀ ଯାତ୍ରା କରିବା ନେଇ ସୂଚନା ରହିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଲୱାର ଏବଂ ଭରତପୁରରେ ନିର୍ବାଚନ ସଭା କରିବେ। ବିଜେପି ଜାତୀୟ ସଭାପତି ଜେପି ନ.ଡ୍ଡା ମଧ୍ୟ ରାଜସ୍ଥାନରେ ନିର୍ବାଚନ ଗସ୍ତ କରିବେ । ଜେପି ନ.ଡ୍ଡା ବିଲାର, ଓସିଆନ ଏବଂ ଜୈସଲମେରରେ ସାଧାରଣ ସଭା କରିବେ।  ସେହିପରି ତେଲେଙ୍ଗାନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତେଲେଙ୍ଗାନା ଗସ୍ତ ସମୟରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ।

Related posts

ଥମୁନି ଭାରତୀୟ କୁସ୍ତି ବିବାଦ 

mahabharatanews

ଏକ ମାସରେ ୩୫୫୦କୋଟି ଟଙ୍କା ମିଳିଛି ଦାନ

mahabharatanews

ଶପଥ ଗ୍ରହଣ କଲେ ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ

mahabharatanews