ଭାରତ

ଫାଇନାଲ ପାଇଁ ସ୍ୱତନ୍ତ୍ର ଟ୍ରେନ 

(ଅହମଦାବାଦ) : ଫାଇନାଲ୍‌ ଖେଳ ପାଇଁ ସ୍ୱତନ୍ତ୍ର ଟ୍ରେନ । ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଛି।

ସୂଚନାନୁଯାୟୀ, ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସେଥିପାଇଁ ଏହି ସ୍ବତନ୍ତ୍ର ରେଳ ସବୁ ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ଆଜି ଅର୍ଥାତ୍‌ ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବେଳେ ବାକି ୩ଟି ଟ୍ରେନ୍‌ ମୁମ୍ବାଇରୁ ଅହମଦାବାଦ ମଧ୍ୟର ଚଳାଚଳ କରିବ।

Related posts

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews

ଅଯୋଧ୍ୟାରେ ପ୍ରବଳ ଭିଡ଼, ବଢ଼ିଲା ଦର୍ଶନ ସମୟ

mahabharatanews

ଭୁସ୍ଖଳନରେ ପୋତି ହୋଇଗଲା କାର୍, ୫ ମୃତ

mahabharatanews