ଓଡିଶା

ନିର୍ଦ୍ୱନ୍ଦରେ ଉପ-ବାଚସ୍ପତି ହେଲେ ସାଲୁଗା ପ୍ରଧାନ

(ଭୁବନେଶ୍ୱର) : ଓଡ଼ିଶା ବିଧାନସଭାକୁ ମିଳିଲା ନୂଆ ଉପବାଚସ୍ପତି । ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ନିର୍ଦ୍ୱନ୍ଦରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ ।

ସୂଚନାନୁଯାୟୀ , ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ । ସେ ନିରପେକ୍ଷ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ବି କହିଥିଲେ ସାଲୁଗା ପ୍ରଧାନ ।

Related posts

ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ 

mahabharatanews

ପାଣିରେ ବୁଡି ୩ ଭାରତୀୟଙ୍କ ଚାଲିଗଲା ଜୀବନ

mahabharatanews

ଗ୍ୟାସ ପେଟ୍ରୋଲକୁ ନେଇ ଦେଶରେ ସଙ୍କଟ ପଡିଥିବା ମଧ୍ୟରେ , ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ।

mahabharatanews