ଓଡିଶା

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

(ଭୁବନେଶ୍ୱର) : ଆସନ୍ତାକାଲି ଯାଏଁ ଗୃହ ମୁଲତବୀ । ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ, ୨୦୬ କୋବ୍ରା ବାଟାଲିୟନ, ବି.ଏସ.ଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ କରିଥିଲେ ।

ସୂଚନାନୁଯାୟୀ , ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତମାନଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ସେମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ‌ଶେଷରେ ବାଚସ୍ପତି ଦିନକ ପାଇଁ ଗୃହର କାର୍ଯ୍ୟ ଆସନ୍ତାକାଲି ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Related posts

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି 

mahabharatanews

ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

mahabharatanews

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ

mahabharatanews